ତୁମୁଡିବନ୍ଧ:- ତୁମୁଡିବନ୍ଧ ଗିଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ କୁ ଲାଗିରହିଥିବା କସ୍ତୁରିବା ଗାନ୍ଧୀ ବାଳିକା ବିଦ୍ୟାଳୟ ପରିସରରେ ଗୋଷ୍ଠି ଶିକ୍ଷା ଅଧିକାରୀ ଙ୍କ ନେତୃତ୍ୱ ରେ ବ୍ଲକ ସ୍ତରୀୟ ସେବା ସଂକଳ୍ପ ଅଭିଯାନ ସରକାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ତେବେ ଏହି କାର୍ଯ୍ୟକ୍ରମ ରେ ଶିକ୍ଷକ ଏବଂ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନ ର ବ୍ୟବସ୍ତା ରହିଥିବା ବେଳେ ବଡ ପରୀତାପ ର ବିଷୟ ରୋଷେୟା ଏବଂ ସହାୟକ ଭାବେ ଛାତ୍ରୀ ନିବାସରେ ରହୁଥିବା ୮ ରୁ ୧୦ ଜଣ କୋମଳମତି ଛାତ୍ରୀ ମାନଙ୍କୁ ନିୟୋଜିତ କରାଯାଇଥିବା ଦେଖିବାକୁ ମିଳିଛି l ଏହି ବାବଦରେ ଉପରିସ୍ଥ ଅଧିକରି ଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ପ୍ରକାର ଉତ୍ତର ମିଳିପାରିନଥିଲା l ତେବେ ଏଠି ପ୍ରଶ୍ନ ଉଠୁଛି କାର୍ଯ୍ୟକ୍ରମ ପାଇଁ ଆସୁଥିବା ଅର୍ଥ ଯାଉଛି କୁଆଡେ ? ନେଉଛି କିଏ ? ଏହାର ଉତ୍ତର କାର୍ଯ୍ୟରତ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ପାଖରେ ନଥିବା ଏକ ଦୁଖଃଦ ଘଟଣା ବୋଲି ଚର୍ଚ୍ଚା ଜୋର ଧରିଛି l ତେବେ ଏହି କମୋଳମତି ଛାତ୍ରୀ ମାନଙ୍କୁ କିଏ ଏବଂ କି ଉଧେଶ୍ୟରେ ପାଠ ପଢ଼ାକୁ ଗୁରୁତ୍ୱ ନଦେଇ ଶିଶୁ ଶ୍ରମିକ ଭଳି ବ୍ୟବହାର କରୁଛନ୍ତି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି l ବର୍ତମାନ ଏହି ଘଟଣା ପ୍ରଘଟ ହେଲା ପରେ ବୁଦ୍ଧିଜୀବୀ ମହଲରେ ତୀବ୍ର ସମାଲୋଚନା କରାଯାଉଛି l
ରାଜ୍ୟ
ସେବା ସଂକଳ୍ପ ଅଭିଯାନ ସରକାରୀ କାର୍ଯ୍ୟକ୍ରମରେ ରୋଷେଇ ପାଇଁ ନିୟୋଜିତ ହେଲେ କୋମଲମତି ଛାତ୍ରୀ ମାନେ



