ରାଜ୍ୟ
ନଗର ଗ୍ୟାସ୍ ଆବଣ୍ଟନ ନୀତି କୁ ସିଧାସଳଖ ଉଲଂଘନ କରୁଛି ଇଣ୍ଡେନ୍ ଗ୍ୟାସ ଏଜେନ୍ସୀ! # କାହା ଅନୁମତି ରେ ଜନବସତି ମଧ୍ୟରେ ଖୋଲାଗଲା ଗୁଡାଉନ?
ବାସୁଦେବପୁର ୨୫/୦୯ (ରଞ୍ଜନ ମଲ୍ଲିକ୍) : ଦୈନନ୍ଦିନ ଜୀବନର ପ୍ରତି ଘରେ ଜାଳେଣି ଗ୍ୟାସ ର ଚାହିଦା ବୃଦ୍ଧି ପାଇବାରେ ଲାଗିଛି। ଗ୍ୟାସ୍ ବିନା ସାଧାରଣ ଲୋକଙ୍କ ଘରେ ଜଳିବନି ଚୁଲି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ସମୟରେ ଗ୍ୟାସ୍ ଦର ଉପରେ ନିୟନ୍ତ୍ରଣ ରଖିବା ସହିତ କିପରି ସହଜରେ ଲୋକଙ୍କ ପାଖରେ ଗ୍ୟାସ ପହଞ୍ଚିବ ସେଥିପ୍ରତି ଦୃଷ୍ଟି ଦେଉଛନ୍ତି। ସରକାର ଙ୍କ ନିୟମ ଅନୁସାରେ ଗୋଟିଏ ଗ୍ୟାସ୍ ଆବଣ୍ଟନ ସଂସ୍ଥା ଜନବସତି ଠାରୁ ମିନିମମ ଦୂରତା ରେ ଗ୍ୟାସ ଗୁଡାଉନ କରିବାର ଆବଶ୍ୟକତା ରହିଛି। ହେଲେ ଗ୍ୟାସ୍ ଆବଣ୍ଟନ ସଂସ୍ଥା ର ମାଲିକ ମାନେ ବ୍ୟବସାୟ ରେ ମାଲେମାଲ ହେବା ଉଦ୍ଦେଶ୍ୟରେ ଜନବସତି ରେ ଖୋଲିଛନ୍ତି ଗୁଡାଉନ୍। ଗୁଡାଉନ ଆଖପାଖ ରେ ବସବାସ କରୁଥିବା ସାଧାରଣ ଲୋକଙ୍କ ଜୀବନ ପ୍ରତି ବିପଦ ଥିବା ଅଭିଯୋଗ କରିଛନ୍ତି। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ପୌରପାଳିକା ଅନ୍ତର୍ଗତ ୧୧ ନମ୍ବର ୱାର୍ଡ଼ ରେ । ସୂଚନା ଅନୁଯାୟୀ ବାଲେଶ୍ବର ଜିଲ୍ଲା ସିମୁଳିଆ ବ୍ଲକ ଅନ୍ତର୍ଗତ ଜାମୁଝାଡି ଛକ ନିକଟରେ ରହିଛି ଗୋପବନ୍ଧୁ ଇଣ୍ଡେନ୍ ଗ୍ୟାସ ଏଜେନ୍ସୀ। ଉକ୍ତ ଗ୍ୟାସ୍ ଏଜେନ୍ସୀ ର ମାଲିକ ବାସୁଦେବପୁର ମନ୍ଦାରୀ ଗ୍ରାମ ର ଘନଶ୍ୟାମ ସାହୁ। ସେ ତାଙ୍କ ସ୍ତ୍ରୀ ସୁମତୀ ସାହୁ ଙ୍କ ନାମରେ ଚଲାଉଛନ୍ତି ଗ୍ୟାସ୍ ବ୍ୟବସାୟ! ବ୍ୟବସାୟ ଠିକ୍ ଠାକ୍ ଚାଲିଥିବା ବେଳେ ବ୍ୟବସାୟ କୁ ଆହୁରି ବ୍ୟାପକ କରିବା ପାଇଁ ଘନଶ୍ୟାମ ସାହୁ ବାସୁଦେବପୁର ପୌରପାଳିକା ର ୧୧ ନମ୍ବର ୱାର୍ଡ଼ ରେ ବେଆଇନ ଭାବେ କରୁଛନ୍ତି ଗ୍ୟାସ୍ କାରବାର। କାହା ଅନୁମତି ରେ ଜନବସତି ମଧ୍ୟରେ ଖୋଲାଗଲା ଗ୍ୟାସ୍ ଗୁଡାଉନ ! ଯାହା ଏବେ ସମସ୍ତଙ୍କ ମନରେ ସୃଷ୍ଟି କରିଛି ପ୍ରଶ୍ନବାଚୀ!ଉକ୍ତ ଗ୍ୟାସ୍ ଗୁଡାଉନ କୁ ଭିଡି ଚତୁଃପାର୍ଶ୍ଵରେ ରହିଛନ୍ତି ପଡୋଶୀ। ଭୟରେ ଜୀବନ ଯାପନ କରୁଛନ୍ତି ପଡୋଶୀ! କେତେବେଳେ ବିପଦ ମାଡ଼ି ଆସିବ କେହି ଜାଣିନାହାନ୍ତି। ଦୀର୍ଘ ଦୁଇ ବର୍ଷ ରୁ ଉର୍ଦ୍ଧ୍ବ ହେବ ଉକ୍ତ ଅଞ୍ଚଳରେ ଗୁଡାଉନ କରି ଚଳାଇଛନ୍ତି ବ୍ୟବସାୟ। ପ୍ରତ୍ୟେକ ଦିନ ଗ୍ୟାସ୍ ନେବା ପାଇଁ ଲୋକଙ୍କର ଭିଡ଼ ଜମୁଛି। ଘନଶ୍ୟାମ ସାହୁ ନିଜର ବ୍ୟବସାୟ ଲାଭ ପାଇଁ ସାଧାରଣ ଲୋକଙ୍କ ଜୀବନ ସହିତ ଖେଳୁଛନ୍ତି ଖେଳ! କେତେବେଳେ ବିପଦ ମାଡ଼ି ଆସିବ କେହି ଜାଣିନାହାନ୍ତି। ଏଥିପ୍ରତି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି। ଗ୍ୟାସ୍ ଯୋଗୁଁ ବିପଦ ସୃଷ୍ଟି ହେବାକୁ ଏଡ଼ାଇ ଦିଆଯାଇ ନପାରେ। କାହିଁକି ପ୍ରଶାସନ ଏହି ବେଆଇନ ଗ୍ୟାସ ଗୁଡାଉନ ଉପରେ ନେଇ ନାହାନ୍ତି କାର୍ଯ୍ୟାନୁଷ୍ଠାନ! କିଛି ବିପଦ ସୃଷ୍ଟି ହେବା ଆଗରୁ ଏଥିପ୍ରତି ଦୃଷ୍ଟି ଦେଇ ଉକ୍ତ ବେଆଇନ ଇଣ୍ଡେନ୍ ଗ୍ୟାସ ଗୁଡାଉନ ଉପରେ ପ୍ରଶାସନ ପକ୍ଷରୁ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି। ସୂଚନା ଯୋଗ୍ୟ ଉକ୍ତ ସ୍ଥାନରେ ବସବାସ କରୁଥିବା ସାଧାରଣ ଲୋକ ଗ୍ୟାସ୍ ଗୁଡାଉନ କୁ ପ୍ରତିବାଦ କଲେ ସେମାନଙ୍କୁ ଗୁଣ୍ଡା ଲଗାଇ ମାରିବାକୁ ଦେଉଛନ୍ତି ଧମକ । ଉକ୍ତ ଘନଶ୍ୟାମ ସାହୁ ଏଥିସହିତ ଉକ୍ତ ଗ୍ୟାସ୍ ଗୁଡାଉନ କୁ ଜନବସତି ଠାରୁ ଦୂରକୁ ସ୍ଥାନାନ୍ତର କରାଗଲେ ସାଧାରଣ ଲୋକଙ୍କ ଜୀବନ ସୁରକ୍ଷୀତ ରହିପାରିବ ବୋଲି ବୁଦ୍ଧିଜୀବୀ ମାନେ ମତପ୍ରକାଶ କରିଛନ୍ତି। ଜନବସତି ସ୍ଥାନରେ ଏମିତି ଖୋଲାରେ ଇଣ୍ଡେନ୍ ଗ୍ୟାସ ସିଲିଣ୍ଡର ରଖିବା ନିଶ୍ଚିତ ଭାବରେ କେଉଁଠି ନା କେଉଁଠି ସାଧାରଣ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ର କାରଣ ସାଜିବ ଏଥିରେ ସନ୍ଦେହ ନାହିଁ। ଉକ୍ତ ବେଆଇନ ଗ୍ୟାସ ଗୁଡାଉନ ଉପରେ ପ୍ରଶାସନ ପକ୍ଷରୁ କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ତାହା ଦେଖିବାକୁ ବାକି ରହିଲା।
